ନୌବାଣିଜ୍ୟ ଓ ଐତିହ୍ୟର ମହାନ ପ୍ରାଣ କେନ୍ଦ୍ର ପାରାଦ୍ୱୀପ ବନ୍ଦରର ଛାତି ଉପରେ ଗଢି ଉଠିଥିବା ଶିକ୍ଷା ଅନୁଷ୍ଠାନ ପାରାଦ୍ୱୀପ ମହାବିଦ୍ୟାଳୟ ଇତି ମଧ୍ୟରେ ତାର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ପାଳନ କରିବାକୁ ଯାଇଛି |ଜାନୁଆରୀ ୧୨ ତାରିଖ ବିଶ୍ୱ ଯୁବ ଦିବସ ଅବସରରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ନେଇ ଏକ ୱାକାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଥିବାବେଳେ ଏଥିରେ ଓଡିଶା ଶିଳ୍ପ ଓ ଦକ୍ଷତା ବିକାଶ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ,ସାଂସଦ ଜଗତସିଂହପୁର ଶ୍ରୀଯୁକ୍ତ ବିଭୁକିଶୋରେ ତରାଇ ଶିକ୍ଷା ଅନୁଷ୍ଠାନର ଆଲୁମିନି ଭାବେ ଏଥିରେ ଯୋଗଦେଇ ଏହାକୁ ଉଦଘାଟନ କରିବା ସହ ସମସ୍ତଙ୍କୁ ଉତ୍ସାହିତ କରିଥିଲେ |ଅନ୍ୟାନ୍ୟ ଜଣାଶୁଣା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ପାରାଦ୍ୱୀପ ପୌର ପାଳିକା ର ଅଧ୍ୟକ୍ଷ ତଥା ଆଲୁମିନି ଆସୋସିଏସନ ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ବିଶ୍ୱାଳ, ବରିଷ୍ଠ ଆଲୁମିନି ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ଦାସ ଯୋଗ ଦେବାର ଦେଖିବାକୁ ମିଳିଥିଲା | ଏହି ପୁରାତନ ଶିକ୍ଷା ଅନୁଷ୍ଠାନ ଏବେ ୫୦ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବାବେଳେ ଅତୀତରେ ଏହି ଅନୁଷ୍ଠାନରୁ ଶିକ୍ଷାଲାଭ କରି ଦେଶ ବିଦେଶର ବିଭିନ୍ନ କାର୍ଯ୍ୟରେ ନିଜକୁ ନିୟୋଜିତ କରି କୃତିତ୍ୱ ଅର୍ଜନ କରିଥିବା ସୁଦକ୍ଷ ଛାତ୍ର ଛାତ୍ରୀ ମାନଙ୍କୁ ଏଇ ସୁବର୍ଣ୍ଣ ଜୟନ୍ତୀ ମାଧ୍ୟମରେ ଏକାଠି ହେବାର ଏକ ମହାନ ମୁହୂର୍ତ୍ତ ସୃଷ୍ଟି ହେବାକୁ ଯାଉଛି | ବ୍ୟକ୍ତିଗତ କାରଣରୁ କୌଣସି ଛାତ୍ର ଛାତ୍ରୀ ଏଥିରେ ଯୋଗ ଦେବାକୁ ଅସମର୍ଥ ହେଲେ ସେମାନଙ୍କୁ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଯୋଡିବାର ସୁଯୋଗ ସୃଷ୍ଟି କରାଯିବ |ଆସନ୍ତା ଫ୍ରେବୃୟାରୀ ସାତ ରୁ ନଅ ତାରିଖ ତିନିଦିନ ଧରି ଅନୁଷ୍ଠିତ ହେବାକୁ ଯାଉଥିବା ଏଇ ମହା ମିଳନ ପର୍ବ କୁ ଆହୁରି ସରସ ସୁନ୍ଦର ଓ ଋଦ୍ଧିମନ୍ତ କରିବାକୁ ପ୍ରତିଟି ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଏକାନ୍ତ ସହଯୋଗ ଓ ନିଜ ସକ୍ଷମ ଅନୁସାରେ ଯଥାସାଧ୍ୟ ଆର୍ଥିକ ଅନୁଦାନ କରିବା ଆଶା କରା ଯାଉଛି | ଏହି ଅବସରରେ ସମସ୍ତେ ନିଜ ନିଜ ସହ ଯୋଡ଼ିହେବା ଓ ନିଜର ମତାମତ ରଖିବା ପାଇଁ ଦିଆ ଯାଇଥିବା ୱେବସାଇଟwww.paradipcollegealumini.com ମାଧ୍ୟମରେ ଯୋଗାଯୋଗ ରଖି ପାରିବେ | ସମସ୍ତେ ନିଜ ନିଜ ଜୀବନର ସଫଳତା,ବିଫଳତା ଓ କଲେଜ ଜୀବନର କିଛି ଅଭୁଲା କଥା କୁ ଅତୀତ ର ଆଇନାରେ ଆଉଥରେ ଉଜ୍ଜୀବିତ କରାଇ ନିଜକୁ ଗୌରବାନ୍ୱିତ ମନେ କରିବେ |